
ଭୁବନେଶ୍ୱର,୨୮ା୪ , (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :– ନିଶ୍ଚିନ୍ତକୋଇଲି ବ୍ଲକ୍ ତଥା ନେମାଳ ଥାନା ଅନ୍ତର୍ଗତ ଝାଡ଼େଶ୍ୱରପୁର ପଞ୍ଚାୟତ,ମଙ୍ଗଳପୁର ଗ୍ରାମର ମଙ୍ଗଳାଛକ ଠାରେ ମହାବୀର ହନୁମାନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଓ ତ୍ରିଦିବଶୀୟ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି।ସମାଜସେବୀ ପ୍ରଶନ୍ନ ଦାସଙ୍କ ପୈାରହିତ୍ୱରେ ଆୟୋଜିତ ମହୋତ୍ସବରେ ହଜାର ହଜାର ଶ୍ରଧାଳୁ ଭକ୍ତ ମାନେ ଯୋଗଦେଇଥିଲେ । ପୂର୍ବ ନିର୍ଧାାରିତ କାର୍ଯ୍ୟକ୍ରମ ଅନୁଯାଇ ସେବାୟତ ମାନଙ୍କ ଦ୍ୱାରା ଦେବ ନିତୀ ଅନୁସାରେ ଜଳଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା, ମଣ୍ଡଳାଦି ପୂଜା, ଅଗ୍ନିସ୍ଥାପନ ଆଦି କରାଯାଇଥିବା ବେଳେ ଶୁଣ୍ଢଳ ନିକଟସ୍ଥ ଚିତ୍ରୋତ୍ପଳା ନଦୀରୁ ଏକ ଶୋଭାଯାତ୍ରାରେ ଶ୍ରଦ୍ଧାଳୁମାନେ ୧୦୮କଳସରେ ପାଣି ଆଣି ଗ୍ରାମ ପରିକ୍ରମା କରିବା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା।ପରେ ସଂନ୍ଧ୍ୟରେ ଭଜନ ଓ ସାସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶାର ସୁନାମଧନ୍ୟ ଓଡିଶୀ କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇ କଳାକାର ମାନଙ୍କଲୁ ସମ୍ବର୍ଦ୍ଦିତ କରାଯାଇଥିଲା । ଦୁତିୟ ଦିବସରେ ସୂର୍ଯୟପୂୁଜା,ଗୋପୂଜା,ବିଗ୍ରହଙ୍କ ମହାସ୍ନାନ,ନ୍ୟାସପ୍ରାଣପ୍ରତିଷ୍ଠ.ରୁଦ୍ରଯଜ୍ଞ ,ସିଂହାସନାରୋହଣ ଆଦି କରାଯାଇଥିଲା । ତୃତିୟ ଦିବସରେ ହୋମ ଓ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଭଜନ ସମାରୋହ ଓ ଲଉଡି ନୃତ୍ୟ ପରିବେଷଣ ହୋଇ ଆନନ୍ଦ ବଜାରରେ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ପ୍ରାକ୍ତନ ମନ୍ତ୍ରୀ ପ୍ରତାପ ଜେନା,ସ୍ଥାନିୟ ସରପଞ୍ଚ ଅନିଲ କୁମାର ଦଳାଇ ,ଅମରେନ୍ଦ୍ର ନାରାୟଣ ଦାସ ,ବିଭୁୁତି ଭୁଷଣ ଦାସ,ଳକ୍ଷ୍ମି କାନ୍ତ ମହାନ୍ତି,ଅଭିରାମ ଦଳାଇ ଆନନ୍ଦ ଦାସ, ଆଇନଜୀବୀ ନାରାୟଣ ଦ୍ୱିବେଦୀ ,ଅଶୋକ କୁୁମାର ସାହୁ ,ସେକ୍ ସଦାମ, ଉତ୍ସବ ମହାନ୍ତି ,ସୁକଦେବ ସେଠୀ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ । ସମସ୍ତ ଗ୍ରାମବାସୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।