ଭୁବନେଶ୍ୱର,୨୭ା୦୭ , (ଭୟେସ ଅଫ୍ ଇଣ୍ଡିଆ) :–ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଏବଂ ବଢୁଥିବା ମହିଳା ନିର୍ଯ୍ୟାତନା ବିରୁଦ୍ଧରେ ନିଶ୍ଚିନ୍ତକୋଇଲି ଯୁବ ଛାତ୍ର ଜନତା ଦଳ ପଡକ୍ଷରୁ ଛାତ୍ର ଆନ୍ଦୋଳନ ନେମାଳ ମହାପୁରୁଷ ଅଚୁୁ୍ୟତାନନ୍ଦ ମହାବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଛି । ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ନିର୍ଦେଶ କ୍ରମେ ଯୁବ ନେତା ହିମାଂଶୁ ଦାସ ଏବଂ ଛାତ୍ର ନେତା ବଳଦେବାନନ୍ଦ ଦାସଙ୍କ ନେତୃତ୍ୱରେ ବହୁୁ ଛାତ୍ରଛାତ୍ରୀ ଯୋଗଦେଇ ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ସମୟରେ ଗଣଦୁଷ୍କର୍ମ ବୃଦ୍ଧି ପାଉଥିବା ବେଳେ ଏହାକୁ ବିରୋଧ କରି ନିଶ୍ଚିନ୍ତକୋଇଲି ଯୁବ ଛାତ୍ର ଜନତା ଦଳ ତରଫରୁ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତୀବ୍ର ବିରୋଧ କରିବା ସହ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦେଇଥିଲେ । ଉକ୍ତ କାର୍ଯୟକ୍ରମରେ ଜାନକୀବଲ୍ଲଭ ମହାନ୍ତି, ଶ୍ରୀକାନ୍ତ ମିଶ୍ର, ,ସତ୍ୟ ପରମାଣିକ , ବିଶାଲ କୁମାର ଦେ, ନଳିନୀ କାନ୍ତ ଦାସ୍‌, ବିଶାଲ ରଣା, ମହମ୍ମଦ ସଲିମ୍ ଖାନ୍‌, ହରମୋହନ ବେହେରା, ମୋନାଲିସା ଜେନା, ପୁନପ୍ରଭା ଦାସ, ଏଲିଜା ବେହେରା, ବର୍ଷାରାଣୀ ପାତ୍ର, ଅର୍ଚ୍ଚନା ଦାସ, ଲକ୍ଷ୍ମୀପ୍ରିୟା ନାୟକ, ଶୁଭଶ୍ରୀ ଦାସ,ଉଦୟ କୁମାର ସିଂହ,ରାଜେଶ ପୁଜାରୀ, ଓ଼ମ ପ୍ରକାଶ ପ୍ରଧାନ,ବିକ୍ରମ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *