ଭୁବନେଶ୍ୱର,(ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) : କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପରେ ତାଙ୍କ ସାନପୁଅ ମନ୍ମଥ ରାଉତରାୟ ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ସୁର ଶୁକ୍ରବାର ଘୋଷଣା କରିଛନ୍ତି। ସୁର ଗଣମାଧ୍ୟମ ଆଗରେ ଏକଥା ସ୍ପଷ୍ଟ କରିଛନ୍ତି। ସୁର କହିଛନ୍ତି, ଆପଣମାନଙ୍କ ସେବା କରିବା ପାଇଁ ମୋ’ ସାନ ପୁଅ ଚାକିରି ଛାଡ଼ି ଆଜି ଭୁବନେଶ୍ୱର ଫେରିଛି। ଯେଉଁମାନେ ମୋତେ ଏବଂ ମୋ’ ପୁଅ ମନ୍ମଥକୁ ଭଲ ପାଉଛନ୍ତି, ସେମାନେ ୨୦୨୪ ନିର୍ବାଚନରେ ଭୋଟ୍‌ ଦେଇ ନିର୍ବାଚିତ କରିବେ। ସୂଚନାଯୋଗ୍ୟ, ମନ୍ମଥ କ୍ୟାପ୍‌ଟେନ୍‌ ଚାକିରି ଛାଡ଼ି ଆଜି ଭୁବନେଶ୍ୱର ଫେରିଛନ୍ତି। ବିମାନ ବନ୍ଦରରେ ମନ୍ମଥଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *