ଭୁବନେଶ୍ୱର,୦୮ା୧୧(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :– ନେମାଳ ଥାନା ଅନ୍ତର୍ଗତ କଳମିଶ୍ରୀ ଗ୍ରାମ ପଞ୍ଚାୟତ ଲେଣ୍ଡୁରା ଭଗବାନପୁର ଗ୍ରାମର ଝୁଲିଆ ଭୋଇ(୭୩)ଙ୍କୁ ଗତ କିଛି ଦିନ ତଳେ ପୁର୍ବ ଶତୃତାକୁ କେନ୍ଦ୍ରକରି ଜୈନକ ବ୍ୟକ୍ତି ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ବେଳେ ଉକ୍ତ ବ୍ୟକ୍ତି ୪୦ ଶତକଡା ପୋଡି ହୋଇ ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଉକ୍ତ ବ୍ୟକ୍ତି ଜଣେ ଅଶହାୟ ଗରିବ ଶ୍ରେଣୀର ହୋଇଥିବା ବେଳେ କୈାଣସି ସରକାରି ସହାୟତା ପାଇପାରୁନଥିବା ବେଳେ ୟୁନିୟନ ଫର୍ କଟକ ସଦର ଡେଭେଲପମେଣ୍ଟ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଛି । ୟୁନିୟନ ଫର୍ କଟକ ସଦର ଡେଭେଲପମେଣ୍ଟର ଅଧ୍ୟକ୍ଷ ପ୍ରଫେସର ମନୋଜ କୁମାର ନାୟକ ଖବର ପାଇବା ପରେ ଶୁକ୍ରବାର ଦିନ ସମାଜସେବୀ ଅଭିମନ୍ୟୁ ସାହୁ ଓ ପ୍ରାକ୍ତନ ସରପଞ୍ଚ ସୁନାକର ବେହେରାଙ୍କ ଦ୍ୱାରା ଉକ୍ତ ବିପନ୍ନ ପରିବାରକୁ ଅର୍ଥରାଶି ସହାୟତା ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସେକ୍ ଅକ୍ତର ଅଲ୍ଲୀ .ସରୋଜ ଦାସ,ସଞ୍ଜୟ ଖୁଣ୍ଟିଆ ,ଅଭେନ୍ଦୁ ପରିଡା,ପ୍ରଦିପ୍ତ ନାୟକ,ଦିବାକର ନାୟକ,ପ୍ରହଲ୍ଲାଦ ସଢଙ୍ଗି, ମିଲୁ ନାୟକ ,ବୈକୁଣ୍ଠନାଥ ମଲିକ ,ଗଣେଶ୍ୱର ଦଳାଇ ପ୍ରମୁଖ ସହଯୋଗ କରିଥିଲେ ।