ନୂଆଦିଲ୍ଲୀ,୧୦।୧୧: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ରବିବାର ନିଶ୍ଚିତ କରିଛି ଯେ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାକୁ ଅନିଚ୍ଛା ପ୍ରକାଶ କରି ଭାରତ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦକୁ ସୂଚନା ଦେଇଛି। ପିସିବି ଏକ ବିବୃତ୍ତିରେ କହିଛି ଯେ ଆଇସିସି ତରଫରୁ ପିସିବି ଏକ ଇ-ମେଲ୍ ଆସିଛି ଯେଉଁଥିରେ ଦର୍ଶାଯାଇଛି ଯେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ପାକିସ୍ତାନ ଯାତ୍ରା କରିବ ନାହିଁ। ସେମାନଙ୍କ ପରାମର୍ଶ ଏବଂ ମାର୍ଗଦର୍ଶନ ପାଇଁ ପିସିବି ସେହି ଇ-ମେଲକୁ ପାକିସ୍ତାନ ସରକାରଙ୍କ ନିକଟକୁ ପଠାଇଛି ବୋଲି ପିସିବି ମୁଖପାତ୍ର କହିଛନ୍ତି।