ଧାମରା: ଧାମରାରେ ତିନି ରାଜନୈତିକ ଦଳ ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳନ କରିବେ। ବିଜେପି ପକ୍ଷରୁ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ମୁଖ୍ୟ ବକ୍ତା ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସମ୍ମାନୀତ ଅତିଥି ଭାବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଅଭିମନ୍ୟୁ ସେଠୀ, ମାଧବାନନ୍ଦ ମଲିକ ଏବଂ ହେମନ୍ତ ପାଢ଼ୀ ଏହି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଛି। ସେହିପରି କଂଗ୍ରେସ ତରଫରୁ ପାଳିତ ହୋଇ ଆସୁଥିବା ମା’ ଧାମରାଇ ଆଞ୍ଚଳିକ ବୋଇତ ବନ୍ଦାଣ କମିଟିର ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ କୁମାର ପଟନାୟକ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟ ବକ୍ତା ଭାବେ, ସମ୍ମାନୀତ ଅତିଥି ଭାବେ ଓଡ଼ିଶା କଂଗ୍ରେସ କମିଟିର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଅଶୋକ କୁମାର ଦାସ, ଅମୀୟ କୁମାର ମହାପାତ୍ର, ଦିଗମ୍ବର ଦାସ ପ୍ରମୁଖ ଯୋଗ ଦେବେ। ସେହିପରି ଧାମରା ଚାନ୍ଦବାଲି ବୋଇତ ବନ୍ଦାଣ କମିଟି ତାହାର ଏହି କାର୍ଯ୍ୟକ୍ରମ ୨୪ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ଅବକାରୀ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବରେଣ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ସମ୍ମାନୀତ ଅତିଥି ଭାବେ ଚାନ୍ଦବାଲି ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ.ବ୍ୟୋମକେଶ ରାୟ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏହି କମିଟି ଗୁଡିକ ମଧ୍ୟରୁ ଧାମରା–ଚାନ୍ଦବାଲି ବୋଇତ ବନ୍ଦାଣ କମିଟି ୭ ସାଧବଙ୍କୁ ନେଇ ଚାନ୍ଦବାଲିକୁ ବାଣିଜ୍ୟ ଯାତ୍ରା କରିବ, ସାର୍ବଜନୀନ ବୋଇତ ବନ୍ଦାଣ କମିଟି କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ଏବଂ ମା’ ଧାମରାଇ ଆଞ୍ଚଳିକ ବୋଇତ ବନ୍ଦାଣ କମିଟି ସାଧବମାନଙ୍କୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର ନଳିତାପାଟିଆକୁ ଯାତ୍ରା କରିବ। ଏହି ସମସ୍ତ କାର୍ଯ୍ୟକ୍ରମ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ସମସ୍ତ କମିଟି ପକ୍ଷରୁ ଜଣାଯାଇଛି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *