
ଭୁବନେଶ୍ୱର,୨୭ା୦୭ , (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :– ଆଜି ମହାପୁରୁଷ ଶ୍ରୀଶ୍ରୀ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ପଦ୍ମବନ କ୍ଷେତ୍ର ନେମାଳ ନିକଟ ଅନନ୍ତବାସୁଦେବ ମନ୍ଦିର ପରିଚାଳନା ଟ୍ରଷ୍ଟ କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ୫୩ ତମ ଘୋଷଯାତ୍ରା ସମାରୋହରେ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ମଙ୍ଗଳ ଆଳତି ସହ ଆରମ୍ବ କରାଯାଇଥିଲା ରଥଯାତ୍ରାର ପ୍ରଥମ ପର୍ବ । ପରେ ମଇଲମ , ତଡପଲାଗି ,ରୋଷ ହୋମ , ଅବକାଶ ,ସୁର୍ଯ୍ୟପୂଜା , ଦ୍ୱାରପାଳ ପୂଜା , ବେଶ , ଗୋପାଳବଲ୍ଲଭ ,ସକାଳ ଧୂପ ସାରି ପ୍ରଭୂଙ୍କୁ ରଥକୁ ମନ୍ଦିର ପୁରୋହିତ ପ୍ରତିଷ୍ଠା କରିଥିଲେ । ଏହା ପରେ ରଥଯାତ୍ରାର ମଙ୍ଗଳାର୍ପଣ କରାଯାଇ ତିନି ଠାକୁରଙ୍କ ପହଣ୍ଡି ବିଜେ ଆରମ୍ବ କରାଯାଇଥିଲା । ଧାଡି ପହଣ୍ଡିରେ ଶ୍ରୀ ବିଗ୍ରହ ମାନେ ରଥାରୁଢ ହୋଇଥିଲେ । ଘଣ୍ଟ , କାହାଳି , ବଜୟନ୍ତ୍ରୀ ,ବେଦପାଠି ,କିର୍ତ୍ତନ ଦଳ ଆଗେ ଆଗେ ଶ୍ରୀ ବିଗ୍ରହ ମାନଙ୍କୁ ପାଛୋଟି ନେଇଥିଲେ । ସେବାୟତ ମାନେ ଶ୍ରୀ ବିଗ୍ରହ ମାନଙ୍କୁ ହଲେଇ ହଲେଇ , ଝୁଲେଇ ଝୁଲେଇ , ହାତରେ ଟେକି ଆଣି ରଥାରୁଢ କରିଥିଲେ । ରଥ ଉପରେ ରୁନ୍ଧା କାର୍ଯ୍ୟ ସହ ଅନ୍ୟାନ୍ୟ ନୀତି ଶେଷ ହେବା ପରେ ହରେକୃଷ୍ଣ ପୁଝାରୀଙ୍କ ଦ୍ୱାରା ଛେରାପହଁରା କାର୍ଯ୍ୟ ବଢାଯାଇଥିଲା ।ଏହିଅବସରରେ ଅନନ୍ତବାସୁଦେବ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ବିଶ୍ୱକର୍ମା ଓ ସେବାୟତ ମାନଙ୍କୁ ଉପଢୈାକନ ସହ ମାନ୍ୟତା ପ୍ରଦାନ କରାଯାଇଥିଲେ । ପରେ ଗ୍ରାମବାସିଙ୍କ ନଡିଆ ଭୋଗ ଲାଗି କରାଯିବା ପରେ ଘୋଷଯାତ୍ରା ତଥା ତଥ ଟଣା କାର୍ଯ୍ୟ କରାଯାଇ ଥିଲା ।ଉକ୍ତ ଯାତ୍ରାରେ ଅକ୍ଷୟ ପାତ୍ର , ସାମ୍ବାଦିକ ରତ୍ନାକର ବାରିକ ,ସାମ୍ବାଦିକ ବିନୟ କୁମାର ଦାସ ,ଅନନ୍ତ ପ୍ରସାଦ କାଣ୍ଡି ,ଚନ୍ଦନ ବେହେରା,ଗଣେଶ୍ୱର ନାଥ,ବିଶାଲ କୁମାର ଦେ ,ବିଭୁ ପ୍ରସାଦ ବୋଷ ,ମାଧବାନନ୍ଦ ଦାସ,ତପନ କୁମାର ଦାସ,ବିଳାସ ଚନ୍ଦ୍ର ବାରିକ ,ସୁବ୍ରତ କୁମାର ଦାସ,ଗଗନ ବିହାରି ବାରିକଙ୍କ ସମେତ ସମସ୍ତ ସେବାୟତ ପ୍ରମୁଖ ସହଯୋଗ କରିଥିବା ବେଳେ ଶତାଧିକ ସାଧୁସନ୍ଥ ଯୋଗ ଦେଇ ଠାକୁରଙ୍କ ସାନିଦ୍ଧ୍ୟଲାଭ କରିଥିଲେ । ଏହି ଘୋଷଯାତ୍ରାକୁ ସ୍ଥାନିୟ ଥାନା ଆଇଆଇସି ସୁସିଲ କୁମାର ନାୟକଙ୍କ ପ୍ରତ୍ୟକ୍ଷ ସହଯୋଗରେ ଶାନ୍ତିଶୃଖଲା ସହ ସମାପନ ହୋଇଥିଲା ।