
ପୁରୀ,୨୭ା୦୭ , (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :– ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରଥାରୂଢ଼ ଶ୍ରୀଜିଉଙ୍କ ଛେରାପହଁରା ନୀତିକାନ୍ତି ସମ୍ପନ୍ନ ପରେ ଆରମ୍ଭ ହୋଇଛି ରଥଟଣା। ଶ୍ରଦ୍ଧାଳୁମାନେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ଟାଣି ଟାଣି ନେଇଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ସ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ରଥ ଟାଣିଛନ୍ତି। ମନ୍ତ୍ରୀ, ବିଧାୟକ ମଧ୍ୟ ରଥକୁ ଗଡେଇ ନେଇଥିଲେ। ଏହାସହ ବଳଭଦ୍ରଙ୍କ ତାଳଧ୍ୱଜ ରଥରଣା ମଧ୍ୟ ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷେ ଲୋକାରଣ୍ୟ ହୋଇପଡିଛି ବଡ଼ଦାଣ୍ଡ। କାଳିଆ ପ୍ରେମରେ ଭିଜୁଛନ୍ତି ଭକ୍ତ । କାଳିଆର ଗୁଣ୍ଡିଚା ଯାତ ଦେଖିବାକୁ କାହିଁ କେତେ ଦୂର ଦୂରାନ୍ତରରୁ ଧାଇଁ ଆସିଛନ୍ତି ଭକ୍ତ।