ପୁରୀ,୨୭ା୦୭ , (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :– ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ ହେବାପରେ ଆରମ୍ଭ ହୋଇଛି ରଥଟଣା। ଶ୍ରୀଜୀଉ ରଥରେ ବିଜେ କରିବାପରେ ତିନି ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁନା ଖଡ଼ିକାରେ ଛେରାପହଁରା କରିବାପରେ ଘୋଡ଼ା ଯୋଚା ଯାଇଥିଲା। ଏହାପରେ ଚାରମାଳ ଫିଟାଯାଇ ଗଡ଼ିଛି ରଥ। ପ୍ରଥମେ ଗଡ଼ିଛି ପ୍ରଭୁ ବଳଭଦ୍ରଙ୍କର ତାଳଧ୍ବଜ ରଥ। ଶ୍ରୀମନ୍ଦିରର ସିଂହଦ୍ବାର ସମ୍ମୁଖରୁ ଶରଧାବାଲି ଅଭିମୁଖେ ତାଳଧ୍ବଜ ରଥକୁ ଟାଣି ନେଉଛନ୍ତି ଭକ୍ତ। ଏହି ସମୟରେ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଛି ବଡ଼ଦାଣ୍ଡ। ଏହାପରେ ମାତା ସୁଭଦ୍ରା ଓ ପ୍ରଭୁ ଶ୍ରୀଜଗନ୍ନାଥ ଶରଧାବାଲି ଅଭିମୁଖେ ବାହାରିବେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *