ଭୁବନେଶ୍ୱର,୨୮ା୦୧ (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ନେମାଳ ଥାନା ଅନ୍ତର୍ଗତ ଜନାର୍ଦ୍ଦନପୁର ପଞ୍ଚାୟତର ସହୀଦ୍ ଗୋପୀନାଥ ମହାରଣା ମେମୋରିଆଲ କ୍ଲବ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ ହେବା ସହ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ରଶ୍ମିକାନ୍ତ ସ୍ୱାଇଁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ନିଶ୍ଚିନ୍ତକୋଇଲି ତହସିଲଦାର ଦିଲ୍ଲୀପ ନାୟକ, ସମ୍ମାନୀତ ଅତିଥି ଭାବେ ସାଲେପୁର ତହସିଲଦାର ଶିବ ମଲିକ, ଅନ୍ୟତମ ଅତିଥି ଭାବେ ସରପଂଚ ବିଶ୍ୱଭୂଷଣ ନାୟକ, ଚିତ୍ରୋତ୍ପଳା ହାଇସ୍କୁଲର ପ୍ରଧାନ ଶିକ୍ଷକ ଦେବପ୍ରସାଦ କର, ଡାକ୍ତର ଶ୍ରୀରାମ ପ୍ରସାଦ ପାଣ୍ଡେ, ସମିତିସଭ୍ୟ ରଂଜନ କୁମାର ବେହେରା ଯୋଗଦେଇ ଦେଶପାଇଁ ଜୀବନଦେଇଥିବା ଗୋପୀନାଥ ମହାରଣାଙ୍କ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି, ଶିକ୍ଷାବିତ୍‌, ସମାଜସେବୀମାନଙ୍କୁ ଉପଢୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ରମାକାନ୍ତ ମହାରଣା, ଆଲୋକ ମହାରଣା, ପ୍ରଶାନ୍ତ ସେଠୀ, ରବିନ୍ଦ୍ର ବେହେରା ଓ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *