ଭୁୁବନେଶ୍ୱର,(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ଖୁବଶୀଘ୍ର ପ୍ରକାଶ ପାଇବ ବିଜେଡିର ନିର୍ବାଚନୀ ଇସ୍ତାହାର। ଏହାପୂର୍ବରୁ ଲୋକଙ୍କ ମତାମତ ଲୋଡିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏକ ଭିଡ଼ିଓ ଜାରି କରି ଲୋକଙ୍କ ମତାମତ ମାଗିଛନ୍ତି ୫ଟି ଅଧ୍ୟକ୍ଷ। ଭିଡ଼ିଓରେ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ସବୁବେଳେ ଗୁରୁତ୍ୱ ଦିଅନ୍ତି। ଏନେଇ ଚଳିତ ଥର ଲୋକଙ୍କ ମତାମତ ଅନୁସାରେ ବିଜେଡି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ। ଏସରକାର ଓଡ଼ିଶାବାସୀଙ୍କ ସରକାର। ଏଥିପାଇଁ ବିଜେଡି bjdmanifesto2024@gmail.com ରେ ମତାମତ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଓଡ଼ିଶାବାସୀଙ୍କ ପ୍ରତିଟି ମତାମତକୁ ଗୁରୁତ୍ୱ ଦିଆ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯିବ ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ।

Leave a Reply

Your email address will not be published. Required fields are marked *