October 23, 2024

ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ବନ୍ଧକାଟିଆଠାରେ ବିଶିଷ୍ଟ ସମାଜସେବୀ ତଥା କୃଷକ ନେତା ସୂର୍ଯ୍ୟମଣି ସ୍ୱାଇଁଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।

ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଯୋଗଦେଇ ସ୍ୱର୍ଗତ ସ୍ୱାଇଁଙ୍କୁ ଜଣେ ନିଃସ୍ୱାର୍ଥପର ସମାଜସେବୀ ଭାବରେ ଅବତାରଣା କରିଥିଲେ।

ପୂର୍ବତନ ଲୋକସଭା ସଦସ୍ୟା ଶ୍ରୀମତୀ ଅର୍ଚ୍ଚନା ନାୟକ, ରାଜ୍ୟ ବିହନ ନିଗମର ପ୍ରାକ୍ତନ ଅଧ୍ୟକ୍ଷ ଗୋଲୋକ ବିହାରୀ ନାୟକ, କଂଗ୍ରେସ ନେତା ନାରାୟଣ ଦ୍ୱିବେଦୀ, ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ଅଶୋକ କୁମାର ମିଶ୍ର , ଅବସରପ୍ରାପ୍ତ ଶିକ୍ଷକ ତଥା କବି ବଟକୃଷ୍ଣ ସ୍ୱାଇଁ, ପୂର୍ବତନ ସରପଂଚ କାର୍ତ୍ତିକ ଚନ୍ଦ୍ର ଦାସ, ବସନ୍ତ କୁମାର ବେହେରା, ସ୍ଥାନୀୟ ସରପଞ୍ଚ ପ୍ରଦୀପ୍ତ କୁମାର ପରିଡା, ପୂର୍ବତନ ସମିତି ସଭ୍ୟ ଅଶୋକ କୁମାର ସାହୁ,ବରିଷ୍ଠ ନାଗରିକ ମଂଚର ସଭାପତି ଶରତ ଚନ୍ଦ୍ର ଦାଶ, ଅମରେନ୍ଦ୍ର ନାରାୟଣ ଦାସ, ରଘୁନାଥ ଶତପଥୀ,ଅଭୟ କୁମାର ଜେନା, ସଚ୍ଚିଦାନନ୍ଦ ମିଶ୍ର, ଅକ୍ଷୟ କୁମାର ସାହୁ, ଉତ୍ସବ ମହାପାତ୍ର, ଅରକ୍ଷିତ ବେହେରା, କିଶୋର ଚନ୍ଦ୍ର ତ୍ରିପାଠୀ, ଲିଙ୍ଗରାଜ ଷଡ଼ଙ୍ଗୀ, ଶାରଦା ପ୍ରସାଦ ତ୍ରିପାଠୀ, ଧୀରେନ୍ଦ୍ର କୁମାର ଶତପଥୀ, ରଶ୍ମୀ ରଞ୍ଜନ ସ୍ୱାଇଁ ପ୍ରମୁଖ ଭାଷଣ ଦେଇ ସ୍ୱର୍ଗତ ସ୍ୱାଇଁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆରମ୍ଭରେ ସ୍ୱର୍ଗତ ସ୍ୱାଇଁଙ୍କ ଦୁଇ ନାତୁଣୀ ସ୍ୱପ୍ନାଲିଶା ଓ ଆଦ୍ୟାଶା ସ୍ବରଚିତ ଶୋକ କବିତା ଆବୃତ୍ତି କରିଥିଲେ। ପ୍ରକାଶ ଚନ୍ଦ୍ର ସ୍ୱାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଏହି ଶ୍ରଦ୍ଧାଂଜଳି ସଭାରେ ବିଭିନ୍ନ ବର୍ଗର ବହୁ ବିଶିଷ୍ଟ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *